ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ (ସିଡିସି) ପକ୍ଷରୁ କୁହାଯାଇଛି ଯେ କରୋନା ଭୁତାଣୁ ବାୟୁମଣ୍ଡଳରେ କିଛି ଘଣ୍ଟା ଧରି ରହିପାରେ ଓ ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ । ଏହା ଫଳରେ ସାାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ଆହୁରି ବଢିଯାଇଛି ।

କରୋନା ବାୟୁ ଦ୍ୱାରା ବ୍ୟାପିଲେ ତାହା ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଏପରି ହେଲେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଅଟକଳଠାରୁ ଆହୁରି ଅଧିକ ହେବାର ଆଶଙ୍କା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଟକଳ ଅନୁସାରେ ସାରା ବିଶ୍ୱର ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଆକ୍ରାନ୍ତ ହୋଇସାରିଲେଣି ।

ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୬ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ୪୫ ହଜାର ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬.୭୯ ଲକ୍ଷ ଟପିଯାଇଛି, ଏହା ସହିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି । ତେବେ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଆମେରିକା ପ୍ରଥମ ସ୍ଥାନରେ, ବ୍ରାଜିଲ ୨ୟ ସ୍ଥାନରେ ଓ ଭାରତ ୩ୟ ସ୍ଥାନରେ ରହିଛି ।



from କରୋନା – Sambad https://ift.tt/3iz5nCK