ଭୁବନେଶ୍ୱର : ଚଳିତମାସରେ ରାଜଧାନୀରେ ୭୦ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧/୨ଜଣ ରୋଗୀ କରୋନାରେ ପ୍ରାଣ ହରାଉଥିବା ନେଇ ଘୋଷଣା କରାଯାଉଛି। ଫଳରେ ଭୁବନେଶ୍ବରରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଖୋର୍ଧା ଗ୍ରାମାଞ୍ଚଳରେ ୬୩ଜଣ ପ୍ରାଣ ହରାଇଛନ୍ତି।

ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଜଣ କରୋନାର ଶିକାର ହୋଇଥିବା ଘୋଷଣା ହୋଇଛି। ୨ଜଣ ପୁରୁଷ ଥିବା ବେଳେ ସେମାନଙ୍କ ବସୟ ୬୫ ଓ ୬୭ ବର୍ଷ ରହିଛି। ଏ ଯାଏ ରାଜଧାନୀରେ ୧୬୬ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ରାଜଧାନୀରେ କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୦.୫୬ ପ୍ରତିଶତ ରହିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୮୧ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୧୯ଜଣ ସଙ୍ଗରୋଧରୁ ଥିବା ବେଳେ ୬୧ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଏଥିରେ ପାଣ୍ଡରା, ନ୍ୟୁ ଏଜି କଲୋନି, ଲକ୍ଷ୍ମୀସାଗର, ଖଣ୍ଡଗିରି, ମଧୁସୂଦନ ନଗର, କାନନ ବିହାର, ଗଙ୍ଗନଗର, ହଂସପାଳ, ବମିଖାଲ, ବିଜେବି ନଗର, ଭୀମଟାଙ୍ଗୀ ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ବାହାରିଛନ୍ତି। ରାଜଧାନୀରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୯,୧୫୩କୁ ବୃଦ୍ଧି ପାଇଛି। ଏହାସହ ଦିନକରେ ୨୨୬ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୭,୫୪୩କୁ ବୃଦ୍ଧି ପାଇଛି। ରାଜଧାନୀରେ ସୁସ୍ଥ ହାର ୯୪ ପ୍ରତିଶତ ରହିଛି। ଦିନକୁ ଦିନ ସଂକ୍ରମିତ ରୋଗୀଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ୁଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୪୨୩କୁ ଖସି ଆସିଛି।

The post ଅକ୍ଟୋବରରେ ରାଜଧାନୀରେ ୭୦ଜଣ କରୋନା ରୋଗୀଙ୍କ ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/37XHrHg