ନୂଆଦିଲ୍ଲୀ: ଦେଶରେ ୭୫ ଲକ୍ଷ ପାର୍‌ ହେଲା କରୋନା ସଂକ୍ରମିିତଙ୍କ ସଂଖ୍ୟା। ଦୈନିକ ପ୍ରାୟ ୫୦ ହଜାରରୁ ଊର୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ‌ ହେବା ଫଳରେ କରୋନା ମିଟର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୫୫ ହଜାର ୭୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୭୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ୬୧୦ରେ ପହଞ୍ଚିଛି। ଏବେ ସକ୍ରିୟ ଅଛନ୍ତି ୭ ଲକ୍ଷ ୭୨ ହଜାର ୦୫୫ ସଂକ୍ରମିତ। ସୁସ୍ଥ ହୋଇ ସାରିଲେଣି ୬୬ ଲକ୍ଷ ୬୩ ହଜାର ୬୦୮ ଆକ୍ରାନ୍ତ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର) ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୮ ତାରିଖ ସୁଦ୍ଧା ସମୁଦାୟ ୯ କୋଟି ୫୦ ଲକ୍ଷ ୮୩ ହଜାର ୯୭୬ ନମୁନା ପରୀକ୍ଷା କରାଯାଇ ସାରିଲାଣି। କେବଳ ଗତକାଲି ୮ ଲକ୍ଷ ୫୯ ହଜାର ୭୮୬ ନମୁନା ପରୀକ୍ଷା ହୋଇଛି।

The post ଦେଶରେ ୭୫ ଲକ୍ଷ ପାର୍‌ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ନୂଆ ୫୫,୭୭୨ ଆକ୍ରାନ୍ତ ଚିହ୍ନଟ first appeared on Sambad.



from କରୋନା – Sambad https://ift.tt/2IC3AAk