
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଘରୋଇ ହସ୍ପିଟାଲ୍, ନର୍ସିଂ ହୋମ୍ ଏବଂ କ୍ଲିନିକ୍ରେ କାର୍ଯ୍ୟରତ ୩୬ ଡାକ୍ତରଙ୍କର ଗତ ୩ ମାସ ମଧ୍ୟରେ କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ମାନସିକ ରୋଗ ଚିକିତ୍ସକଙ୍କଠାରୁ ଆରମ୍ଭ କରି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଓ ଅନ୍ୟ ଡାକ୍ତର ରହିଛନ୍ତି। କରୋନାରେ ଏହି ଡାକ୍ତରମାନଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର କ୍ଷତିପୂରଣ ମିଳିନାହିଁ। ଆଇଏମ୍ଏ (ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍) କର୍ଣ୍ଣାଟକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖାଯାଇ ମୃତ ଡାକ୍ତରମାନଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି କରାଯାଇଛି। ଘରୋଇ ଡାକ୍ତର ହେଲେ ମଧ୍ୟ ସେମାନେ ବି କୋଭିଡ୍ ଯୋଦ୍ଧା। ମହାମାରୀ ଆରମ୍ଭରୁ ସେମାନେ ରୋଗୀଙ୍କର ଚିକିତ୍ସା କରୁଛନ୍ତି। ତେଣୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ବି କ୍ଷତିପୂରଣ ମିଳିବା ଉଚିତ୍ ବୋଲି ଆଇଏମ୍ଏ ପକ୍ଷରୁ କୁହାଯାଇଛି। ସରକାରୀ ଡାକ୍ତରଙ୍କୁ ମିଳୁଥିବା ୫୦ ଲକ୍ଷ ଟଙ୍କାର ବୀମା ମଧ୍ୟ ଘରୋଇ ଡାକ୍ତରଙ୍କ ପାଇଁ ଲାଗୁ କରିବାକୁ ଦାବି ହୋଇଛି।
from କରୋନା – Sambad https://ift.tt/2FpCuuX
0 Comments