କୋଲ୍‌କାତା: ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ମାରାତ୍ମକ ଗୁଜବ ରଟନା ଚାଲିଛି। ଏ ବର୍ଷ ଦୁର୍ଗାପୂଜା ହେବନାହିଁ ବୋଲି ପଶ୍ଚିମବଙ୍ଗ ସରକାର କହିଥିବା କଥା କେହି ପ୍ରମାଣ କରିଦେଲେ ମୁଁ ଲୋକମାନଙ୍କ ସାମନାରେ ୧୦୦ ଥର ଉଠ୍‌ବସ୍‌ ହେବି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ‘ଅବ୍‌ଜର୍‌ଭାନ୍‌ସ୍ ଅଫ୍ ପୋଲିସ୍‌ ଡେ’ କର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଲେ, ଦୁର୍ଗାପୂଜା ବିଷୟରେ ଏକ ରାଜନୈତିକ ଦଳ ଗୁଜବ ପ୍ରଚାର କରୁଛି। ଏପର୍ଯ୍ୟନ୍ତ ଦୁର୍ଗାପୂଜା ସମ୍ବନ୍ଧରେ ଆମର ବୈଠକ ବସିନାହିଁ। ଦୁର୍ଗାପୂଜା ହେବନାହିଁ ବୋଲି ପଶ୍ଚିମବଙ୍ଗ ସରକାର କହିଥିବା କଥା ପ୍ରମାଣ କଲେ ମୁଁ ଲୋକମାନଙ୍କ ଆଗରେ ୧୦୦ ଥର ଉଠ୍‌ବସ୍‌ ହେବି।

Image Courtesy of The Quint

ସେ ଆହୁରି ମଧ୍ୟ କହିଛନ୍ତି, କେତେକ ଜାଲ୍‌ ‘ଆଇଟି ପେଜ୍’ ଦୁର୍ଗାପୂଜା ସମ୍ବନ୍ଧରେ ବିଭ୍ରାନ୍ତିକର ସୂଚନା ପ୍ରସାର କରୁଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ସମ୍ବାଦ ପ୍ରସାର କରୁଥିବା ଏହି ଲୋକମାନଙ୍କୁ ଖୋଜି ତାଙ୍କୁ କାନ ଧରାଇ ଉଠ୍‌ବସ୍‌ କରିବାକୁ ମୁଁ ପୁଲିସକୁ ନିର୍ଦେଶ ଦେଉଛି। କେବଳ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବାକୁ ମିଥ୍ୟା ସମ୍ବାଦ ପ୍ରସାରଣ କରାଯାଉଛି। ଯେଉଁମାନେ କଦାପି କାଳୀ, ଦୁର୍ଗା କି, ହନୁମାନ ପୂଜା କରି ନାହାନ୍ତି ସେମାନେ ଦୁର୍ଗାପୂଜା ବିଷୟରେ କହୁଛନ୍ତି।

ଏଠାରେ ସୂଚନାଯୋଗ୍ୟ କି, ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ କୋଭିଡ୍-୧୯ ଲକ୍‌ଡାଉନ୍ କଟକଣା ବୃଦ୍ଧି କରାଯାଇଛି।

 



from କରୋନା – Sambad https://ift.tt/35nhdg7