
ଭୁବନେଶ୍ୱର: ପୁଣି ୫୦ ହଜାରରୁ କମ୍ ହେଲା ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷା । ଗତକାଲି ରାଜ୍ୟରେ ୫୦ ହଜାରରୁ ଅଧିକ କରାଯାଇଥିବା ବେଳେ ଗତ ୨୪ଘଣ୍ଟାରେ ୪୯,୬୪୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୮,୦୭୫ଟି ଆରଟିପିସିଆର ଏବଂ ୪୧, ୪୫୯ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍ରେ ୧୧୧ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୪୮୦୩ ଓ ତା’ପଛକୁ କେଉଁଝର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୩୩୬୪ ୭୫୮କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ ପୂର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ୫୦ ହଜାରରୁ ଅଧିକ କୋଭିଡ୍ ନମୁନା ପରୀକ୍ଷା କରାଯାଇଥିଲା। ଏହା ପୂର୍ବରୁ ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ ନମୁନା ପରୀକ୍ଷା କରାଯାଉଥିବା ଦେଖିବାକୁ ମିଳିଥିଲା।
ପୂର୍ବ ଦିନ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦ ହଜାର ୧୪୭ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ ପଦ୍ଧତିରେ ୪୩,୧୮୮, ଆରଟିପିସିଆରରେ ୬,୮୯୯ ଏବଂ ଟ୍ରୁନଟ୍ରେ ୬୦ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
from କରୋନା – Sambad https://ift.tt/34h1rRV
0 Comments