
ବାଲିପାଟଣା : ବ୍ଲକରେ କରୋନା ସଂକ୍ରମଣ ଥମିବା ନାଁ ଧରୁନାହିଁ। ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ପଞ୍ଚାୟତ ପ୍ରଶାସନ କଟକଣା ଲାଗୁ କରୁଛି। ଗାଁକୁ ସିଲ୍ କରାଯାଉଛି। କିନ୍ତୁ ଲୋକେ ମାନିବାକୁ ନାରାଜ। ଏମିତିକି ସଂକ୍ରମିତଙ୍କ ପରିବାର ଲୋକେ ବି ସିଲ୍ ବାଡ଼କୁ ଡେଇଁ ବାହାରେ ବୁଲାବୁଲି କରୁଛନ୍ତି। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ଗାଁକୁ ସିଲ୍ କରୁଛନ୍ତି। ୫ ଦିନ ଭିତରେ ୮ଟି ଗାଁକୁ ସିଲ୍ କରାଯାଇଛି। ସେସବୁ ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ହେଲେ ଅମାନିଆଙ୍କୁ ଜଗିବା ସମ୍ଭବ ହୋଇନଥିବା ଅଭିଯୋଗ ହେଉଛି। ଲୋକ ବାଡ଼ ଡେଇଁ ବାହାରେ ମନଇଚ୍ଛା ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ତେଣୁ ଏବେ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଭୟ ସୃଷ୍ଟି ହୋଇଛି ଓ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ି ଯାଇଛି।
ବାଲିପାଟଣା ବ୍ଲକରେ ମୋଟ ୪୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୩ ଜଣ ସୁସ୍ଥ ହୋଇ ସାରିଛନ୍ତି। ଅବଶିଷ୍ଟ ୧୧୫ ଜଣଙ୍କ ମଧ୍ୟରୁ ଗୃହ ସଙ୍ଗରୋଧରେ ୯୮ ଏବଂ ୧୭ ଜଣ କୋଭିଡ୍ ମେଡିକାଲରେ ଅଛନ୍ତି। ପ୍ରଶାସନ ଉପସ୍ଥିତିରେ ଗାଁର ପ୍ରବେଶ ପଥରେ ବାଉଁଶ ବାଡ଼ ପକାଯାଉଛି। ହେଲେ ଲୋକେ ମାନୁନାହାନ୍ତି।
from କରୋନା – Sambad https://ift.tt/3cosSNr
0 Comments