ଭୁବନେଶ୍ୱର : ରାଜ୍ୟରେ କରୋନା ତା’ର ଆତଙ୍କରାଜ ଜାରି ରଖିଛି। ଦୈନିକ ପଜିଟିଭ୍ ସଂଖ୍ୟା ୪ ହଜାର ତଳକୁ ଖସୁ ନ ଥିଲା ବେଳେ ମୃତ୍ୟୁରେ ବି ନିୟନ୍ତ୍ରଣ ଆସୁନି। ଗତ ୨୪ ଘଣ୍ଟା ଭିତରେ କରୋନା ରାଜ୍ୟରେ ପୁଣି ୧୫ ମୁଣ୍ଡ ନେଇଛି। ଏହା ଦିନକରେ ସର୍ବାଧିକ ମୃତ୍ୟୁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ମୋଟ୍‌ ୭୩୬ ଜଣ ପ୍ରାଣ ହରାଇଲେଣି।

କରୋନା ମୃତ୍ୟୁ ତାଲିକାରେ ଆଜି ନୂଆପଡ଼ା ନାମ ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଏହି ଜିଲ୍ଲାରେ ଜଣେ କ‌ରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେବଳ ଦେବଗଡ଼ ଜିଲ୍ଲାକୁ ବାଦ୍ ‌ଦେଲେ ବାକି ୨୯ଟି ଜିଲ୍ଲାରେ କରୋନା ମୁଣ୍ଡ ନେଇସାରିଲାଣି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୮ ଜଣ କରୋନାରେ ପ୍ରାଣ ହରାଇଥିଲା ବେଳେ ତାଲିକାର ଦ୍ବିତୀୟରେ ଅଛି ଖୋର୍ଦ୍ଧା(୧୧୦) ଓ ତୃତୀୟରେ ରହିଛି କଟକ(୬୦)।

ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ କରିଥିବା ୧୫ ଜଣଙ୍କ ମଧ୍ୟରୁ ଭୁବ‌ନେଶ୍ବରରୁ ସର୍ବାଧିକ ୪ ଜଣ ଥିଲା ବେଳେ ପୁରୀ ଓ ମୟୂରଭଞ୍ଜରୁ ୨ ଲେଖାଏ, ବାଲେଶ୍ବର, କଟକ, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏ ଅଛନ୍ତି।

ରାଜ୍ୟରେ ଲଗାତର ଭାବେ କରୋନା ପଜିଟିଭ୍ ସଂଖ୍ୟା ୪ ହଜାର ଉପରେ ରହୁଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୮୫ ସଙ୍ଗରୋଧରୁ ଓ ୧୭୫୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗତ କିଛି ଦିନ ପରି ଆଜି ମଧ୍ୟ ଖୋର୍ଦ୍ଧା ଓ କଟକ ତାଲିକାର ଶୀର୍ଷରେ ରହିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଓ କଟକରୁ ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବାଦ୍ ପୁରୀରୁ ୨୧୯, ଝାରସୁଗୁଡ଼ା ୨୦୫, ଯାଜପୁରରୁ ୨୦୧, ଜଗତସିଂହପୁରରୁ ୧୭୩, କେନ୍ଦ୍ରାପଡ଼ାରୁ ୧୪୮, ମୟୂରଭଞ୍ଜରୁ ୧୩୯, ବାଲେଶ୍ବରରୁ ୧୬୧, ଭଦ୍ରକରୁ ୧୩୬, ସୋନପୁରରୁ ୧୩୧, ବରଗଡ଼ରୁ ୧୨୧, ନୂଆପଡ଼ାରୁ ୧୧୫, ସମ୍ବଲପୁରରୁ ୧୧୧, ଅନୁଗୁଳରୁ ୧୧୦, ସୁନ୍ଦରଗଡ଼ରୁ ୧୦୧, କୋରାପୁଟରୁ ୮୯, ଗଞ୍ଜାମରୁ ୭୧, ଢେଙ୍କାନାଳରୁ ଓ ନବରଙ୍ଗପୁରରୁ ୭୦ ଲେଖାଏ, ବଲାଙ୍ଗୀରରୁ ୬୭, ନୟାଗଡ଼ରୁ ୬୦, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, ରାୟଗଡ଼ାରୁ ୫୧, ମ‌ାଲକାନଗିରିରୁ ୪୪, ବୌଦ୍ଧରୁ ୪୩, ଗଜପତି ଓ କେନ୍ଦୁଝରରୁ ୪୨ ଲେଖାଏ ଏବଂ ଦେବଗଡ଼ରୁ ୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହ ଷ୍ଟେଟ୍‌ ପୁଲ୍‌ରେ ୧୬୯ ଜଣ ପଜିଟିଭ୍ ଅଛନ୍ତି। ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୪୦୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଜଣ ଆରୋଗ୍ୟ ଲାଭ କରିଥିଲା ବେଳେ କଟକରେ ୩୭୮, ସୁନ୍ଦରଗଡ଼ରେ ୧୮୨, ପୁରୀରେ ୧୮୧, ଜଗତସିଂହପୁରରେ ୧୬୪, ଯାଜପୁରରେ ୧୫୨, ଝାରସୁଗୁଡ଼ାରେ ୧୫୦, ରାୟଗଡ଼ାରେ ୧୪୬, ମୟୂରଭଞ୍ଜରେ ୧୩୮, କେନ୍ଦ୍ରାପଡ଼ାରେ ୧୨୯, ସମ୍ବଲପୁରରେ ୧୨୮, ସୋନପୁରରେ ୧୨୬, ଅନୁଗୁଳରେ ୧୨୨, ବାଲେଶ୍ବରରେ ୧୧୧, ନବରଙ୍ଗପୁରରେ ୧୦୧, ବରଗଡ଼ରେ ୯୭, କୋରାପୁଟରେ ୯୧, କେନ୍ଦୁଝରରେ ୮୩, କଳାହାଣ୍ଡିରେ ୭୯, କନ୍ଧମାଳରେ ୭୨, ଢେଙ୍କାନାଳରେ ୭୧, ଭଦ୍ରକରେ ୬୫, ଗଞ୍ଜାମରେ ୫୫, ନୟାଗଡ଼ରେ ୪୫, ବଲାଙ୍ଗୀରରେ ୪୪, ମାଲକାନଗିରିରେ ୩୬, ଦେବଗରେ ୨୦, ବୌଦ୍ଧରେ ୧୭, ଗଜପତି ୧୫ ଓ ଷ୍ଟେଟ୍‌ ପୁଲ୍‌ରେ ୨୧୭ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ମୋଟ୍‌ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧,୫୭,୨୬୫ରେ ପହଞ୍ଚିଛି।



from କରୋନା – Sambad https://ift.tt/3iXNazF