
ଭୁବନେଶ୍ୱର : କରୋନା ଲଢ଼େଇରେ ଆଉ ଜଣେ ଯୋଦ୍ଧାଙ୍କ ଜୀବନ ଯାଇଛି। ପ୍ରାଣ ହରାଇଛନ୍ତି କାର୍ଯ୍ୟରତ ପୁଲିସ ଏଏସ୍ଆଇ ଶିଶିର କୁମାର ସେଠୀ (୪୫)। ସେ ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଥିଲେ। କୋଭିଡ୍ ନିୟମ ଅନୁସାରେ ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ କମିସନରେଟ ପୁଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କର ପତ୍ନୀ ଓ ତିନି ନାବାଳିକା ଝିଅ ଅଛନ୍ତି। ଏହାକୁ ମିଶାଇ କମିସନରେଟ ପୁଲିସରେ କରୋନାରେ ଆକ୍ରାନ୍ତ ହୋଇ ୩ ଜଣଙ୍କର ଜୀବନ ଗଲାଣି। ଏବେ ସୁଦ୍ଧା ଟୁଇନ୍ ସିଟିରେ ହଜାରେରୁ ଅଧିକ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଲେଣି।
ମିଳିଥିବା ସୂଚନା ଅନୁସାରେ, ଶିଶିରଙ୍କ ଘର ଜଗତସିଂହପୁରରେ। ୧୯୯୫ ମସିହାରେ ସେ ରିଜର୍ଭ ପୁଲିସରେ କନଷ୍ଟେବଳ ଭାବେ ଯୋଗ ଦେଇଥିଲେ। ପରେ ଏଏସ୍ଆଇ ପାହ୍ୟାକୁ ପଦୋନ୍ନତି ପାଇଥିଲେ। ରାଜଧାନୀର ବିଭିନ୍ନ ଥାନାରେ ସଫଳତାର ସହ ସେ କାର୍ଯ୍ୟ କରିଛନ୍ତି। ଗତ ୭ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୯ ତାରିଖରେ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।
from କରୋନା – Sambad https://ift.tt/32sOzIB
0 Comments