
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ଗଡ଼କରୀ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଗଡକରୀ ବୁଧବାର କହିଛନ୍ତି ଗତକାଲି ସେ ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ନମୁନା ପରୀକ୍ଷା ପରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
Yesterday, I was feeling weak and consulted my Doctor. During the course of my check up, I have been tested COVID 19 positive. I am at present doing well with the blessings and good wishes of all. I have isolated myself.
— Nitin Gadkari (@nitin_gadkari) September 16, 2020
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଆପଣମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା ଯୋଗୁଁ ବର୍ତ୍ତମାନ ମୁଁ ସୁସ୍ଥ ଅଛି । ଏବେ ମୁଁ ଆଇସୋଲେସନରେ ଅଛି । ୬୩ ବର୍ଷୀୟ ମନ୍ତ୍ରୀ ଶ୍ରୀ ଗଡ଼କରୀ ଅପିଲ କରିଛନ୍ତି ଯେ, ଯେଉଁମାନେ ମୋର ସଂସ୍ପର୍ଶରେ ଆସିଛନ୍ତି, ଅଧିକ ଯତ୍ନଶୀଳ ହୁଅନ୍ତୁ । କରୋନା ଗାଇଡଲାଇନ ପାଳନ କରନ୍ତୁ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ଶ୍ରୀ ଗଡ଼କରୀ ହେଉଛନ୍ତି ଦ୍ୱିତୀୟ କ୍ୟାବିନେଟ ମନ୍ତ୍ରୀ, ଯିଏକି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଦେଶରେ ଏଯାଏଁ ଅନେକ ସାଂସଦ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି ।
from କରୋନା – Sambad https://ift.tt/2FLkdYN
0 Comments