
ଜେନିଭା/ଜୁରିଚ୍: ଫଳପ୍ରଦ ଟିକାର ବ୍ୟାପକ ବ୍ୟବହାର ହେବା ପୂର୍ବରୁ ବିଶ୍ବରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ଦୁଇଗୁଣ ହୋଇ ୨ ନିୟୁତ ହୋଇପାରେ ବୋଲି ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ କହିଛନ୍ତି। ଟିକା ବ୍ୟତୀତ, ଏହି ମହାମାରୀକୁ ଦମନ କରିବାକୁ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ମୃତ୍ୟୁସଂଖ୍ୟା ତା’ ଠାରୁ ଅଧିକ ମଧ୍ୟ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି।
ଶୁକ୍ରବାର ଦିନ ଜାତିସଂଘ ଏଜେନ୍ସିର ଜରୁରୀକାଳୀନ କାର୍ଯ୍ୟକ୍ରମର ମୁଖ୍ୟ ଏହି ଅଧିକାରୀ ମାଇକ୍ ରିୟାନ୍ କହିଛନ୍ତି, ଆମେ ଏ ସବୁ ନ କଲେ, (୨ ନିୟୁତ ମୃତ୍ୟୁ) … କେବଳ କଳ୍ପନୀୟ ନୁହେଁ, ବରଂ ଖୁବ୍ ସମ୍ଭବପର।
ଚୀନ୍ରୁ ଅଭିନବ କରୋନାଭାଇରସ୍ ଆବିଷ୍କୃତ ହେବାର ନଅ ମାସ ମଧ୍ୟରେ ମୃତ୍ୟୁସଂଖ୍ୟା ୧ ନିୟୁତ ପାଖାପାଖି ହେଲାଣି। ତେଣୁ, ରିୟାନ୍ କହିଛନ୍ତି କେଉଁଠି ମଧ୍ୟ ଆମେ ବିପଦମୁକ୍ତ ନୁହନ୍ତି, ଆମେ ଆଫ୍ରିକାରେ ମଧ୍ୟ ବିପଦମୁକ୍ତ ନୁହନ୍ତି।
ସେ କହିଛନ୍ତି, ବିଶ୍ବବ୍ୟାପୀ କଟକଣା ଓ ଲକ୍ଡାଉନ୍ କୋହଳ କରାଯିବା ପରେ ନିକଟରେ ସଂକ୍ରମଣ ବୃଦ୍ଧି ପାଇବା ଘଟଣାରେ ଯୁବକମାନଙ୍କୁ ଦାୟୀ କରାଯିବା ଅନୁଚିତ। ଅବଶ୍ୟ ସେମାନେ ଦ୍ରୁତଗତିରେ ସଂକ୍ରମଣ ବିସ୍ତାର କରାଉଛନ୍ତି ବୋଲି ଚିନ୍ତା ଉଦ୍ରେକ ହେଉଛି। ବରଂ ସବୁ ବୟସବର୍ଗର ବ୍ୟକ୍ତିବିଶେଷ ନିବୁଜ ସ୍ଥାନମାନଙ୍କରେ ସମ୍ମିଳିତ ହୋଇ ମାହାମାରୀ ବିସ୍ତାର କରାଉଛନ୍ତି।
from କରୋନା – Sambad https://ift.tt/2RWSoQe
0 Comments