
ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ରଭାବେ କୋଭିଡ୍ ହସ୍ପିଟାଲ ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟ ମେଡିକାଲ ଚିକିତ୍ସା ସଂଘ (ଓମ୍ସା)। ଓମ୍ସାର ସଭାପତି ଡା. ନାରାୟଣ ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, କେବଳ କୋଭିଡ୍ ହସ୍ପିଟାଲ ନୁହେଁ, ରାଜ୍ୟର ସମସ୍ତ ଡାକ୍ତରଖାନାରେ ଆଗଧାଡ଼ିରେ ଚିକିତ୍ସାରେ ରହିଛନ୍ତି ଡାକ୍ତର। ତେବେ ଡାକ୍ତରମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ଲାଗି ଓମ୍ସା ପକ୍ଷରୁ ପୂର୍ବରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଥିଲା। ମାତ୍ର ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ରାଜ୍ୟ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲର ପ୍ରତିଷ୍ଠା କରନ୍ତୁ ନଚେତ୍ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ହସ୍ପିଟାଲରେ କିଛି ଶଯ୍ୟା ଓ ଆଇସିୟୁ ସଂରକ୍ଷିତ ରଖନ୍ତୁ ବୋଲି ଡା.ରାଉତ ଦାବି କରିଛନ୍ତି।
from କରୋନା – Sambad https://ift.tt/2HLlDUp
0 Comments