
ଭୁବନେଶ୍ବର: ରାଜଧାନୀରେ ଏବେ ୩୫୨୬ଜଣ କରୋନା ଆକ୍ରାନ୍ତ ଥିବା ବେଳେ ଏଥିରୁ ୧୬.୮୪% ଅର୍ଥାତ୍ ୫୯୪ଜଣ ବସ୍ତିବାସିନ୍ଦା ଅଛନ୍ତି। ରାଜଧାନୀର ୪୦୦ଟି ବସ୍ତିରୁ ଏବେ ମାତ୍ର ୫୯୪ଜଣ ଆକ୍ରାନ୍ତ ଥିବାରୁ ବିଏମ୍ସି କର୍ତ୍ତୃପକ୍ଷ ଆଶ୍ବସ୍ତ ଅଛନ୍ତି। ବସ୍ତିରେ ଯେପରି କରୋନା ନ ବ୍ୟାପିବ, ସେଥିପାଇଁ ବିଏମ୍ସି ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ପ୍ରତିଷେଧକ ପଦକ୍ଷେପ ନିଆଯାଉଛି ବୋଲି କୁହାଯାଉଛି। ପ୍ରତି ୱାର୍ଡକୁ ବିଏମ୍ସି ପକ୍ଷରୁ ଏକ ଲକ୍ଷଟଙ୍କା ଲେଖାଏ ଦିଆଯାଉଛି ବୋଲି କୁହାଯାଇଛି। ଏହି ଟଙ୍କାରେ ସଚେତନତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବା ପାଇଁ ସ୍ଲମ୍ ଅର୍ଥାତ୍ ଭିଲେଜ୍ କମିଟିକୁ ନିୟୋଜିତ କରଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ସବୁଠୁ ଅଧିକ ବସ୍ତି ଥିବା ବିଏମ୍ସିର ଉତ୍ତର ଜୋନ୍ର ୨୧ଟି ୱାର୍ଡର ୧୧୦ଟି ବସ୍ତି ବା ଗାଁ କମିଟିକୁ ୫ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏଥିରେ ବିଭିନ୍ନ ପ୍ରକାରର ସଭା, ଯୋଗାଯୋଗ ଉପକରଣ ପ୍ରସ୍ତୁତି, ସଫେଇ, ବ୍ଲିଚିଂ ସିଞ୍ଚନ, ଗୃହ ପରିଦର୍ଶନ ଆଦି କାମ କରାଯାଇଛି। ଏହାଦ୍ବାରା ପ୍ରତ୍ୟେକ ଅଞ୍ଚଳର ପ୍ରତ୍ୟେକ ଘର ନିକଟରେ କୋଭିଡ୍ ସଚେତକମାନେ ପହଞ୍ଚି କାମ କରିପାରୁଛନ୍ତି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
from କରୋନା – Sambad https://ift.tt/3n1HTtl
0 Comments