
ଚନ୍ଦ୍ରଶେଖରପୁର : କରୋନା ଆକ୍ରାନ୍ତ ୧୬ଜଣ ଟ୍ରାଫିକ୍ ପୁଲିସ କର୍ମଚାରୀ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୁସ୍ଥ ହୋଇ ଫେରିବା ପରେ ସେମାନେ ପୁଣି ସେମାନଙ୍କୁ କର୍ମକ୍ଷେତ୍ରରେ ସ୍ବାଗତ କରାଯାଇଛି। ଆଜି ରାଜଧାନୀର ଦ୍ବିତୀୟ ଟ୍ରାଫିକ୍ ଥାନାରେ ଏହି ୧୬ଜଣ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନେ କାର୍ଯ୍ୟରତ ଅବସ୍ଥାରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କରୋନାକୁ ହରାଇ ସେମାନେ ସୁସ୍ଥ ହୋଇଥିବାରୁ ଟ୍ରାଫିକ୍ ଆଇଆଇସି ଅଞ୍ଜଳି ଛୋଟରାୟ ଓ ଏସିପି ସ୍ବସ୍ତିକ ପଣ୍ଡା ସେମାନଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ଉତ୍ସାହିତ କରିଥିଲେ।
from କରୋନା – Sambad https://ift.tt/2EahvM7
0 Comments