ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବ୍ରାଜିଲ୍‌କୁ ପଛରେ ପକାଇ କରୋନା ଆକ୍ରମଣ କ୍ଷେତ୍ରରେ ‌ଏବେ ଦିତୀୟ ସ୍ଥାନରେ ପହଞ୍ଚିଛି ଭାରତ। ଗତ କିଛି ଦିନ ହେଲା ଦେଶରେ ପ୍ରାୟ ୯୦ ହଜାରରୁୁ ଊର୍ଧ୍ବ କରୋନା ଅ‌ାକ୍ରାନ୍ତ ଚିିହ୍ନଟ ହେଉଥିବା ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ଆଜି ସଂକ୍ରମଣ ସଂଖ୍ୟା ଟିକେ୍‌ କମ୍‌ ଥିବାରୁ ସାମାନ୍ୟ ଅଶ୍ବସ୍ତ ଦେଶବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ପୁଣି ୭୫,୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିିତଙ୍କ ସଂଖ୍ୟା ୪୨୮୦୪୨୨ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ୮୮,୩୬୯୭ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୩୩୨୩୯୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ଏବେ ସୁଦ୍ଧା ୭୨୭୭୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। କେବଳ ୨୪ ଘଣ୍ଟା ମଧ୍ୟରେ ୧,୧୩୩ ଜଣଙ୍କର ମୃତ୍ୟୁ ଘଟିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତକାଲି ୯୦,୮୦୨ ନୂଆ ମାମଲା ସାମ୍ନକୁ ଆସିଥିଲା। ତା ପୂୂର୍ବ ଦିନ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର୍‌ ହେବାରୁ ଲୋକଙ୍କ ଚିନ୍ତା ବଢ଼ାଇଥିଲା।

Forbes[/caption]

ଆପଣ ଜାଣିଥିବେ ନିଶ୍ଚୟ ଯେ ବିଶ୍ବ ତାଲିକାରେ ଆମେରିକା ପ୍ରଥମ ନମ୍ବରରେ ରହିଥିବା ବେଳେ ଭାରତ ଦ୍ବିତୀୟ ଏବଂ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି। ପୂର୍ବରୁ ବ୍ରାଜିଲ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ମାତ୍ର ଦିନକ ପୂର୍ବରୁୁ ବ୍ରାଜିଲ୍‌କୁ ପଛରେ ପକାଇଛି ଭାରତ।



from କରୋନା – Sambad https://ift.tt/3i4DrqK