
ଭୁବନେଶ୍ବର: କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୁଲିସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ। ଦୋକାନଗୁଡିକୁ ଯାଞ୍ଚ କରାଯାଉଛି । ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।
Today 2833 people have been fined for Covid-19 Guidelines violation in UPD Bhubaneswar. Also 41 shops were sealed for not following the Covid -19 guidelines.@cpbbsrctc @odisha_police @DGPOdisha @homeodisha
— DCP Bhubaneswar (@dcpbbsr) September 18, 2020
ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଯେ ଗତକାଲି ୨୮୩୩ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। କୋଭିଡ୍ କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ବରର ୪୧ଟି ଦେକାନକୁ ସିଲ୍ କରାଯାଇଥିବା ନେଇ ବି ଡିସିପି ସ୍ପଷ୍ଟ କରିଛନ୍ତି। ଏଥିମଧ୍ୟରେ ଗ୍ରିନ୍ ଚିଲ୍ଲି ନାମକ ଏକ ଫାଷ୍ଟ ଫୁଡ୍ ଆଉଟଲେଟ୍ ବି ଅନ୍ତର୍ଭୁକ୍ତ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ପୂର୍ବ ଦିନ କୋଭିଡ୍ କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ବରର ୧୯ଟି ଦେକାନକୁ ସିଲ୍ କରାଯାଇଥିବା ସହ ୨୭୫୨ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ନେଇ ବି ଡିସିପି ସୂଚନା ଦେଇଥିଲେ।
ଏହି ଯାଞ୍ଚ ବେଳେ ପୁଲିସର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି । ଯେଉଁ ଦୋକାନରେ ଅଧିକ ଭିଡ଼ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୁଲିସ କମିସନର୍ । ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଯାଞ୍ଚ କରାଯାଉଥିବା ଜଣାଯାଇଛି ।
from କରୋନା – Sambad https://ift.tt/2RFaVjZ
0 Comments