ୱାସିଂଟନ୍: ବୈଜ୍ଞାନିକମାନେ ପରୀକ୍ଷାଗାରରେ ବିକଶିତ କରାଯାଇଥିବା କରୋନାଭାଇରସ୍ ଆକ୍ରାନ୍ତ ଶ୍ବାସନଳୀ ଜୀବକୋଷର ଫଟୋ ପ୍ରକାଶ କରିଛନ୍ତି। ଫୁସ୍‌ଫୁସ୍‌ରେ ଥିବା ପ୍ରତି ଜୀବକୋଷରେ କେତେ ସଂଖ୍ୟକ ଭୂତାଣୁ ସୃଷ୍ଟି ହୋଇ ବାହାରୁଛନ୍ତି ତାହା ଏଥିରେ ଚିତ୍ରିତ ହୋଇଛି।

ଶ୍ବାସନଳୀରେ ସାର୍ସ-କୋଭ୍-୨’ ସଂକ୍ରମଣ କେଡ଼େ ତୀବ୍ର ହୋଇପାରେ ତାହା ବୁଝାଇବା ଲାଗି ‘ୟୁନିଭର୍ସିଟି ଅଫ୍ ନର୍ଥ କ୍ୟ‌ାରୋଲିନା ଚିଲ୍‌ଡ୍ରେନ୍‌ସ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର କ୍ୟାମିଲି ଏର୍‌ଙ୍କ ସମେତ ଅନ୍ୟ ଗବେଷକମାନେ ଉଠାଇ ଏହି ଫଟୋ ଉଠାଇଛନ୍ତି। ଗ୍ରାଫିକ୍ ରୂପରେ ଥିବା ଏହି ଫଟୋ ସହଜରେ ବୁଝିହେବ। ଉଚ୍ଚ କ୍ଷମତା ସମ୍ପନ୍ନ ଅଣୁବୀକ୍ଷଣୀୟ ଫଟୋରେ ଦେଖାଯାଉଛି, ସମଗ୍ର ଟିସୁରେ ସଂକ୍ରମଣ ବିସ୍ତାର କରିବାକୁ ଏବଂ ଅନ୍ୟ ଲୋକମାନଙ୍କୁ ସଂକ୍ରମିତ କରିବାକୁ ମାନବ ଶ୍ବାସପ୍ରଶ୍ବାସ ନଳୀରେ ବିପୁଳ ସଂଖ୍ୟକ ଭୂତାଣୁ କଣିକା ପ୍ରସ୍ତୁତ ହୋଇ ରହିଛନ୍ତି।

Image courtesy of New England Journal of Medicine

ଏହି ଗବେଷଣାରେ ବୈଜ୍ଞାନିକମାନେ ମାନବର ଫୁସ୍‌ଫୁସ୍‌ରେ ଥିବା ବ୍ରୋଙ୍କିଲା ଏପିଥେଲିଆ ଜୀବକୋଷରେ ଅଭିନବ କରୋନଭାଇରସ୍‌ ‘ସାର୍ସ-କୋଭ୍-୨’ ପ୍ରବେଶ କରାଇଥିଲେ। ୯୬ ଘଣ୍ଟା ପରେ ତାହାକୁ ସେମାନେ ଉଚ୍ଚ କ୍ଷମତାସମ୍ପନ୍ନ ସ୍କାନିଙ୍ଗ୍ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପିରେ ଅନୁଶୀଳନ କରିଥିଲେ।

ଏହି ଫଟୋଚିତ୍ର ‘ନିଉ ଇଂଲଣ୍ଡ୍‌ ଜର୍ଣ୍ଣାଲ୍‌ ଅଫ୍ ମେଡିସିନ୍‌’ରେ ପ୍ରକାଶ ପାଇଛି।

 

 



from କରୋନା – Sambad https://ift.tt/2RoxA3K