ସଙ୍ଗରୋଧକୁ ଟପିଲା ସ୍ଥାନୀୟ ସଂକ୍ରମଣ : ଦିନକରେ ୩୩୦ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ପାର୍‌

ଭୁବନେଶ୍ୱର : ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ତୁଳନାରେ ସ୍ଥାନୀୟ ସଂକ୍ରମିତ ଟପି ଯାଇଛନ୍ତି। ଦିନକରେ ୩୩୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ୫୮% ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପୂର୍ବରୁ ଏହା ୪୦-୪୨% ପର୍ଯ୍ୟନ୍ତ ରହୁଥିବା ରେକର୍ଡ କରାଯାଇଥିଲା। ଚିହ୍ନଟ ୩୩୦ଜଣଙ୍କ ମଧ୍ୟରେ ୧୩୯ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଏଥିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲର ୮ଜଣ କର୍ମଚାରୀ ରହିଛନ୍ତି। ଏହାବାଦ୍ ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ପାଖରୁ ୫ଜଣ, ୫ ପୁଲିସ କର୍ମଚାରୀ, ୨ ଟ୍ରାଫିକ୍ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ଚିହ୍ନଟ ହୋଇଛନ୍ତି। ତେବେ ନୀଳମାଧବ ବସ୍ତି, ସୀତାନାଥ ବସ୍ତି, କାରଗିଲ୍‌ ବସ୍ତି, ସାଲିଆସାହି ଆଦିବାସୀ ଗାଁ ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ବିଡିଏ କଲୋନି, ଆଇଆରସି ଭିଲେଜ୍, ରସୁଲଗଡ଼ ଜିଜିପି କଲୋନି ଓ ବମିଖାଲରୁ ୫ଜଣ ଲେଖାଏଁ, ଷ୍ଟେସନ୍ ବଜାର, ଡୁମୁଡୁମା, ଝାରପଡ଼ା ଜଗନ୍ନାଥ ନଗର, ୟୁନିଟ୍‌-୩ ଓ ରସୁଲଗଡ଼ରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮୨୬୧ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୪୯୧୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୩୦୬ ରୋଗୀଙ୍କ ଏବେ ଚିକିତ୍ସା ଜାରି ରହିଛି। ରାଜଧାନୀରେ କରୋନାରେ ୩୫ଜଣଙ୍କ ମୃତ୍ୟୁ ହେଲାଣି।

ଆଜି ୧୩ ପଜିଟିଭ୍‌, ଗୋଟିଏ ପରିବାରରୁ ୪
ବାଲିପାଟଣା : ଆଜି ସ୍ଥାନୀୟ ଅଞ୍ଚଳରୁ ପୁଣି ୧୩ ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପମ୍ପାଲୋ ପଞ୍ଚାୟତର ଗୋଟିଏ ପରିବାରରୁ ୪ ଜଣ ଅଛନ୍ତି। ପୁଣି ଉକ୍ତ ପରିବାରର ଜଣେ ଶିଶୁ ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ତେବେ ଉକ୍ତ ପରିବାର ଏହି ପରୀକ୍ଷାକୁ ବିଶ୍ବାସ କରୁନଥିବାବେଳେ ସେମାନେ ସଙ୍ଗରୋଧ ନିୟମ ପାଳନ କରୁନଥିବା ଅଭି‌ଯୋଗ ହେଉଛି। ଆକ୍ରାନ୍ତଙ୍କ ମଧ୍ୟରେ ଭାକରସାହି ପଞ୍ଚାୟତରୁ ୪, ପମ୍ପାଲୋରୁ ୪, ମଝିହରାରୁ ୩, ନରିଶୋ ଏବଂ ଅଠାନ୍ତର ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ ଚି଼ହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ପମ୍ପାଲୋର ଉକ୍ତ ପରିବାର ସ୍ୱାବ୍ ନମୁନା ରିପୋର୍ଟକୁ ଗ୍ରହଣ କରିବାକୁ ନାରାଜ। ଏଣେ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। କିନ୍ତୁ ଉକ୍ତ ପରିବାର ସଙ୍ଗରୋଧରେ ରହିବାକୁ ମନା କରୁଛନ୍ତି। ପାଲଟା ଗାଁ ଲୋକଙ୍କୁ ଗାଳିମନ୍ଦ କରୁଥିବା ଲୋକେ କହିଛନ୍ତି। ତେଣୁ ଗ୍ରାମବାସୀମାନେ ସ୍ଥାନୀୟ ଜନପ୍ରତିନିଧିଙ୍କ ହସ୍ତକ୍ଷପ ଲୋଡିଛନ୍ତି ଓ ଆଜି ସନ୍ଧ୍ୟାରେ ଏହାର ସମାଧାନ ହୋଇଥିବା ଖବର ମିଳିଛି।



from କରୋନା – Sambad https://ift.tt/32wv54v

Post a Comment

0 Comments