
ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି ବାଲ୍ସୁବ୍ରମଣ୍ୟମ୍ କରୋନା ସଂକ୍ରମିତ ହୋଇ ଚେନ୍ନାଇର ଏମ୍ଜିଏମ୍ ହେଲ୍ଥ କୋୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପତ୍ନୀ ସାବିତ୍ରୀ ସଂକ୍ରମିତ ହୋଇଛନ୍ତି। ସାବିତ୍ରୀଙ୍କୁ ମଧ୍ୟ ଏମ୍ଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ପତ୍ନୀ ସାବିତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ। ଏହି ଦମ୍ପତି ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରି ଘରକୁ ଫେରି ଆସନ୍ତୁ ବୋଲି ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି।
from କରୋନା – Sambad https://ift.tt/3aA5Q5i
0 Comments