
ନୂଆଦିଲ୍ଲୀ: କୋଭିଡ୍-୧୯ ଜନିତ ପରିସ୍ଥିତି ଯୋଗୁଁ ମଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମଟର ଯାନ ନିୟମ ୧୯୮୯ ଅନ୍ତର୍ଗତ ଫିଟ୍ନେସ୍, ପର୍ମିଟ୍, ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ଓ ଅନ୍ୟାନ୍ୟ କାଗଜପତ୍ରର ବୈଧ୍ୟତାକୁ ସୋମବାର ଦିନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ୨୦୨୦ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।
ପୂର୍ବରୁ ମାର୍ଚ ୩୦ ଓ ଜୁନ୍ ୯ ତାରିଖରେ ମଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମଟର ଯାନ ନିୟମ ୧୯୮୯ ଅନ୍ତର୍ଗତ କାଗଜପତ୍ରର ବୈଧ୍ୟତା ବୃଦ୍ଧି ସଂକ୍ରାନ୍ତରେ ଆଡ୍ଭାଇଜରି ଜାରି କରିଥିଲା।
ମନ୍ତ୍ରାଳୟ କହିଥିଲା ଯେ, ଫିଟ୍ନେସ୍ର ବୈଧ୍ୟତା, ପର୍ମିଟ୍ (ସବୁ ପ୍ରକାରର), ଲାଇସେନ୍ସ, ରେଜିଷ୍ଟ୍ରେସନ୍ କିଂବା ଏ ସଂକ୍ରାନ୍ତ ଅନ୍ୟ କୌଣସି ଦଲିଲର ବୈଧ ତାରିଖ ଯାହା ଥିଲେ ବି ୨୦୨୦, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ତାହା ବୈଧ୍ୟ ବୋଲି ବିଚାର କରାଯିବ।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ କହିଛି ଯେ, ସମଗ୍ର ଦେଶରେ କୋଭିଡ୍-୧୯ ସଂକ୍ରମଣ ନିବାରଣ ନିମିତ୍ତ ପରିସ୍ଥିତି ଲାଗି ରହିଥିବା କଥାକୁ ବିଚାର କରାଯାଇ ପୁଣି ପରାମର୍ଶ ଦିଆଯାଉଛି ଯେ, ଉପରୋକ୍ତ ଦଲିଲ ଯେଉଁଗୁଡ଼ିକର ବୈଧ୍ୟତା ୨୦୨୦ ଫେବ୍ରୁଆରି ୧ରୁ ଶେଷ ହୋଇଛି କିଂବା ୨୦୨୦ ଡିସେମ୍ବର ୩୧ରେ ଶେଷ ହୋଇ ଥାଆନ୍ତା ଏବଂ ଲକ୍ଡାଉନ୍ ଯୋଗୁଁ ଆଉ ବଢ଼ାଇବା ସମ୍ଭବପର ହୋଇନାହିଁ, ସେ ସବୁକୁ ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ୍ୟ ବୋଲି ଧରିନିଆଯିବ।
ମନ୍ତ୍ରାଳୟ ଆହୁରି କହିଛି ଯେ, ଏହି ଦଲିଲପତ୍ର ସବୁକୁ ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ୍ୟ ବୋଲି ବିଚାର କରିବାକୁ ପ୍ରବର୍ତ୍ତନ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦିଆଯାଉଛି। ଏହି ପଦକ୍ଷେପ ଯୋଗୁଁ ନାଗରିକମାନେ ପରିବହନ ସମ୍ବନ୍ଧୀୟ ସେବା ପାଇପାରିବେ।
from କରୋନା – Sambad https://ift.tt/32klcXH
0 Comments