
ଭୁବନେଶ୍ୱର : ପୁରୀ ବାଇପାସ୍ରେ ଥିବା ପୁରୀ ବାଇପାସ୍ ରେସ୍ତୋରାଁ ଆଣ୍ଡ ହୋଟେଲକୁ ଆଜି ବିଏମ୍ସି ସ୍କ୍ବାଡ୍ ସିଲ୍ କରିଛି। ଏହି ହୋଟେଲରେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ଜଣେ ବ୍ୟକ୍ତି ଜନ୍ମଦିନ ପାର୍ଟି କରୁଥିଲେ। ତେଣୁ ବିଏମ୍ସି ସ୍କ୍ବାଡ୍ ଓ ମଞ୍ଚେଶ୍ବର ଥାନା ପୁଲିସ ପକ୍ଷରୁ ଏହି ହୋଟେଲ ଉପରେ ମିଳିତ ଚଢ଼ଉ କରାଯାଇଥିଲା। ଏଠାରେ ପ୍ରାୟ ୬୦ଜଣ ଲୋକ ଏକାଠି ହୋଇ ପାର୍ଟି କରୁଥିଲେ। ବିଏମ୍ସି ହୋଟେଲରୁ ଜରିମାନା ଆଦାୟ କରିବା ସହ ସିଲ୍ କରିଛି।
୭ ଦିନ ପାଇଁ ସିଲ୍ ହେଲା ତୁରିନ୍ତିରା
ବାଲିପାଟଣା: ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବାଲିପାଟଣା ବ୍ଲକ ପ୍ରଶାସନ ଚିନ୍ତାରେ ପଡ଼ିଛି। ତେଣୁ ସଂକ୍ରମଣ ରୋକିବା ପାଇଁ ଉଭୟ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପୁଣି ତତ୍ପର ହୋଇପଡ଼ିଛି। ଫଳସ୍ବରୂପ ଆଜି ତୁରିନ୍ତିରା ପଞ୍ଚାୟତକୁ ୭ଦିନ ପାଇଁ ସିଲ୍ କରାଯାଇଛି। ଏହି ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ୨୭ ଜଣ ଆକ୍ରାନ୍ତ ହୋଇସାରିଲେଣି। ତେଣୁ ସରପଞ୍ଚ ସୁଲୋଚନା ସ୍ୱାଇଁ ତାଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ନେଇଛନ୍ତି। ଆଜି (ଶୁକ୍ରବାର)ସନ୍ଧ୍ୟା ୭ ଟାରୁ ଆସନ୍ତା ୩ ତାରିଖ (ଗୁରୁବାର) ସକାଳ ୭ଟା ପର୍ଯ୍ୟନ୍ତ ଏହି ପଞ୍ଚାୟତକୁ ସିଲ୍ କରାଯାଇଛି। ଏହି ସଟ୍ଡାଉନ ସମୟରେ ତେଜରାତି, ପରିବା ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ଦେଲେ ଆଉ ସବୁ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ଆଇନ ଉଲଘଂନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ଏ ନେଇ ଆଜି ବାଲିପାଟଣା ବିଡିଓ, ତହସିଲଦାର, ଥାନା ଅଧିକାରୀ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପକ୍ଷରେ ଆଜି ବାଲିପାଟଣା ତହସିଲଦାର ସୁନିତା ଜେନା, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ସହ ବାଲିପାଟଣା ବଜାର, ଚଣାହାଟ ଛକ, ଅଠାନ୍ତର ବଜାର, ଧାନହରା ବଜାର, ନୁଆସାହି ଏବଂ ବନମାଳିପୁର ବଜାରର ଦୋକାନ ବଜାରରେ ବୁଲି ଲୋକେ ସାମାଜିକ ଦୂରତା ମାନୁଛନ୍ତି କି ନା ଓ ମାସ୍କ ବ୍ୟବହାର କରୁଛନ୍ତି କି ନା, ତାହା ତଦାରଖ କରିଥିଲେ।
from କରୋନା – Sambad https://ift.tt/2EP3tPV
0 Comments