ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ୨୯ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୮୮୯୮ ଜଣ ଏହି ରୋଗରେ ଆକ୍ରାନ୍ତ ହେବାରୁ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୦୫,୮୨୪ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୯୮୩ ଜଣଙ୍କର ମୃତ୍ୟୁ ହେବା ଦ୍ବାରା ମୋଟ୍ ମୃତ୍ୟୁସଂଖ୍ୟା ୫୪,୮୪୯ ଛୁଇଁଛି।

ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୨୨୮୨ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କରୋନାରୁ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ମୋଟ୍ ମାମଲା ୨୧.୫ ଲକ୍ଷ ଟପି ୨୧,୫୮,୯୪୭ରେ ପହଞ୍ଚିଛି। ଏଥିଯୋଗୁ କରୋନା ଆରୋଗ୍ୟ ହାର ମଧ୍ୟ ୭୪ ପ୍ରତିଶତ ପାର୍ ହୋଇ ୭୪.୨୯ ପ୍ରତିଶତ ରହିଛି। ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ଏବେ ୬,୯୨,୦୨୮ରେ ରହିଛି। ଅର୍ଥାତ୍ ଉପରୋକ୍ତ ତଥ୍ୟରୁ ଜଣାଯାଇଛି ଯେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିୟ ମାମଲା ୨୩.୮୧ ପ୍ରତିଶତ ହୋଇଥିବାବେଳେ ମୃତ୍ୟୁ ପ୍ରତିଶତ ୧.୮୮ ରହିଛି। ବିଶ୍ବରେ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ରଙ୍କ ମଧ୍ୟରେ ଆମେରିକା ଓ ବ୍ରାଜିଲ ପଛକୁ ଭାରତ ତୃତୀୟ ସ୍ଥାନରେ ରହିଛି।



from କରୋନା – Sambad https://ift.tt/3j7X0OT