ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଅସ୍ଥିଶଲ୍ୟ ୱାର୍ଡରୁ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲରେ କ୍ରମାଗତ ଭାବେ ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଛି। ଅପରପକ୍ଷରେ ଆଜି ଜଣେ ସୁସ୍ଥ କରୋନା ରୋଗୀ ପ୍ଲାଜ୍‌ମା ଦେଇଛନ୍ତି। ଅନୁଗୁଳ ଅଞ୍ଚଳର ଏହି ବ୍ୟକ୍ତି ଜଣକ ପ୍ଲାଜ୍‌ମା ପ୍ରଦାନ କରିବା ପରେ ହସ୍ପିଟାଲରେ ସମୁଦାୟ ପ୍ଲାଜ୍‌ମା ପ୍ରଦାନକାରୀଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏହାବାଦ୍ ଆହୁରି ୨/୩ଜଣ ସୁସ୍ଥ ରୋଗୀ ସେମାନଙ୍କ ପ୍ଲାଜ୍‌ମା ଦାନ କରିବା ଲାଗି ସ୍ବୀକୃତି ପ୍ରଦାନ କରିଛନ୍ତି। ଆସନ୍ତା କିଛିଦିନ ଭିତରେ ସେମାନଙ୍କ ପ୍ଲାଜ୍‌ମା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।

ଆଣ୍ଟିଜେନ୍‌ ଟେଷ୍ଟରେ ୮୪ଜଣଙ୍କ ରିପୋର୍ଟ ନେଗେଟିଭ୍‌
ତ୍ରିଶୁଳିଆ : କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବାରଙ୍ଗ ଗ୍ରାମାଞ୍ଚଳରେ ୮୭ ସଂଦିଗ୍ଧଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ଆଜି ୮୪ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ବାକି ୩ଜଣଙ୍କ ରିପୋର୍ଟ ହସ୍ତଗତ ହୋଇନଥିବା ବିଡିଓ ସୂଚନା ଦେଇଛନ୍ତି।



from କରୋନା – Sambad https://ift.tt/2CeVVoU