ତ୍ରିରଙ୍ଗାକୁ ଅସମ୍ମାନ: ସ୍ୱାଧୀନତା ଦିବସରେ ଓଲଟା ଉଡ଼ିଲା ଜାତୀୟ ପତାକା, ଭିଡିଓ ଭାଇରାଲ

ବାସୁଦେବପୁର: ୭୪ତମ ସ୍ୱାଧୀନତା ଦିବସ ଅବସରରେ ଶନିବାର ଜାତୀୟ ପତାକା ‘ତ୍ରିରଙ୍ଗା’କୁ ଅସମ୍ମାନ କରାଯାଇଛି। ପଂଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସରପଂଚ ଜାତୀୟ ପତାକାକୁ ଓଲଟା ଉତ୍ତୋଳନ କରିଥିବା ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଛି।

ବାସୁଦେବପୁର ଥାନାରେ ଅରଣ୍ତୁଆ ଗ୍ରାମର ମୁକ୍ତିକାନ୍ତ ନାୟକ ନାମରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ଅରଣ୍ଡଆ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସରପଂଚ ଅରୁଣ କୁମାର ମହାନ୍ତି ଗତକାଲି ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କିନ୍ତୁ ଜାତୀୟ ପତାକାକୁ ଠିକ ଭାବରେ ରଖାଯାଇ ନଥିଲା। ଏହାର ସବୁଜ ରଂଗ ଉପରେ ଥିବା ବେଳେ କମଳା ରଂଗର ସ୍ତର ତଳପଟେ ଥିଲା।

ଅଭିଯୋଗ ଅନୁସାରେ ସ୍ୱାଧୀନତା ଦିବସରେ କୋଭିଡ-୧୯ ଗାଇଡଲାଇନକୁ ପାଳନ କରାଯାଇ ନଥିଲା। ଅନେକ ଲୋକ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତାକୁ ଉଲ୍ଲଂଘନ କରାଯାଇଥିଲା। ପଂଚାୟତ ଅଧିନରେ ଥିବା ଓ୍ଵାର୍ଡଗୁଡ଼ିକର ଓ୍ଵାର୍ଡମେମ୍ବରମାନଙ୍କୁ ଡକା ନଯାଇ, ସରପଂଚ ନିଜର ସମର୍ଥକମାନଙ୍କୁ ଡାକିଥିଲେ ବୋଲି ମୁକ୍ତିକାନ୍ତ ଅଭିଯୋଗ କରିଛନ୍ତି।



from କରୋନା – Sambad https://ift.tt/31Wifwr

Post a Comment

0 Comments