୨୩ ସହରାଞ୍ଚଳ ପିଏଚସିରେ ମାଗଣା ପରୀକ୍ଷା, ସକାଳ ୮ଟାରୁ ୨ଟା ପରୀକ୍ଷା

ଭୁବନେଶ୍ୱର : ଭୁବନେଶ୍ବରରେ ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କୁ କମ୍‌ ସମୟରେ ଚିହ୍ନଟ କରିବା ପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀର ୨୩ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ଆଣ୍ଟିଜେନ୍‌ ଟେଷ୍ଟ ହେବ। ଯେ କେହିବି ଲକ୍ଷଣ ଥିବା/ ଲକ୍ଷଣ ନଥିବା ଲୋକ ଏଠାରେ ସକାଳ ୮ଟାରୁ ଅପରାହ୍ନ ୨ଟା ଭିତରେ ଆସି କରୋନା ପରୀକ୍ଷା କରିପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବାଲିଅନ୍ତା ବ୍ଲକର ୫ କର୍ମଚାରୀ ଆକ୍ରାନ୍ତ
ବାଲିଅନ୍ତା : ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟର ୫ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଦୁଇଜଣ ସହକାରୀ ଯନ୍ତ୍ରୀ, ଦୁଇଜଣ ଖଲାସୀ ଏବଂ ଜଣେ ପ୍ରୋଗ୍ରେସିଭ୍‌ ଆସିଷ୍ଟାଣ୍ଟ(ପିଏ)। ଏହି ଅଧିକାରୀ ଓ କର୍ମଚାରୀମାନେ ସରଦେଇପୁରସ୍ଥିତ ଡାକବଙ୍ଗଳା ସ୍ବାବ୍‌ ପରୀକ୍ଷା କେନ୍ଦ୍ରରେ ସେମାନଙ୍କ ନମୁନା ପରୀକ୍ଷା କରାଇଥିଲେ। ଆଜି ଏହି ୫ ଜଣଙ୍କର ପଜିଟିଭ୍‌ ରିପୋର୍ଟ ଆସିଥିବା ସୂଚନା ମିଳିଛି। ସଂପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବ୍ଲକର ଅଧିକାଂଶ କର୍ମଚାରୀ ଆସିଥିବାରୁ ସମସ୍ତଙ୍କର ସ୍ବାବ୍‌ ପରୀକ୍ଷା ହେବ ବୋଲି କୁହାଯାଉଛି। ସେହିପରି ଉକ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ପଞ୍ଚାୟତର କର୍ମଚାରୀ ଓ ଲୋକମାନେ ମଧ୍ୟ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି। ତେବେ ବଡ଼ କଥା ହେଉଛି ଏଯାଏ କାର୍ଯ୍ୟାଳୟ ସିଲ୍‌ କରାଯାଇନାହିଁ। ଏମିତିକି ସମିତି ପରିସରକୁ ମଧ୍ୟ ସାନିଟାଇଜ୍‌ କରାଯାଇନାହିଁ।



from କରୋନା – Sambad https://ift.tt/2QpOqik

Post a Comment

0 Comments