ଭୁବନେଶ୍ବର: ଅଗଷ୍ଟ ୨୩ ସୁଦ୍ଧା ରାଜଧାନୀରେ ୧୮୨୮ଜଣ କରୋନା ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହୋଇଥିବା ବେଳେ ୯୮୮ ଜଣ ସୁସ୍ଥ ହୋଇସାରିଲେଣି। ୮୪୦ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସାଧୀନ ବ୍ୟକ୍ତିମାନେ ଯେପରି ମାନସିକ ଚାପର ଶିକାର ନ ହେବେ, ସେଥିପାଇଁ ଭୁବନେଶ୍ବର ଅପରେସନ୍ ସେଣ୍ଟର୍‌ର କଲ୍‌ ସେଣ୍ଟର ୧୯୨୯ରୁ ଆକ୍ରାନ୍ତଙ୍କୁ କାଉନସେଲିଂ କରାଯାଉଛି। ଏଥିପାଇଁ ତିନି ଜଣ କାଉନସେଲର, ଦୁଇ ଜଣ କ୍ଲିନିକାଲ୍ ମନୋବିଜ୍ଞାନୀ, ଜଣେ ମନୋସାମାଜିକ କର୍ମୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ଆକ୍ରାନ୍ତଙ୍କର କାଉନସେଲିଂ କରୁଛନ୍ତି। ଘରେ ରହି ଚିକିତ୍ସିତ ହେଉଥିଲେ ହେଁ ଆକ୍ରାନ୍ତ ଗୋଟିଏ ଘରେ ଏକୁଟିଆ ରହୁଥିବାରୁ ସେମାନଙ୍କ ମୁଣ୍ଡରେ ଅଯଥା ଚିନ୍ତା ପଶୁଛି।



from କରୋନା – Sambad https://ift.tt/34EjCmt