
ନୂଆଦିଲ୍ଲୀ: ୨୦୨୦ ଶେଷ ସୁଦ୍ଧା ପ୍ରଥମେ ଅକ୍ସଫୋର୍ଡ-ଆଷ୍ଟ୍ରଜେନିକା କୋଭିଡ୍-୧୯ ଟିକା ପ୍ରଥମେ ପାଇବାକୁ ଭାରତ ଆଶା କରୁଛି। ଏହି ଟିକା ମିଳିବାର ଅଳ୍ପ କେତେ ସପ୍ତାହ ପରେ ଯଦି ପରୀକ୍ଷଣ ସଫଳ ହୋଇଥିବ ତେବେ ସ୍ବଦେଶୀ ଟିକାଗୁଡ଼ିକୁ ମଧ୍ୟ ଭାରତ ବଜାରକୁ ଛାଡ଼ିବାକୁ ଆଶା ରଖିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
କିନ୍ତୁ, ମାନବିକ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚି ଥିବା ଅନ୍ୟ ଦୁଇଟି ଦେଶୀୟ ଟିକା ଠାରୁ ଅକ୍ସଫୋର୍ଡ ଉଦ୍ଭାବିତ ଟିକା ଆଗରେ ରହିଛି। ଭାରତରେ ଏହି ଟିକା ଉତ୍ପାଦନ କରିବାକୁ ଆଷ୍ଟ୍ରାଜେନିକା ପୁଣେର ସିରମ୍ ଇନ୍ଷ୍ଟିଚ୍ୟୁଟ୍କୁ ଅଂଶୀଦାର କରିଛି। ଯଦି ସେ ଦୁଇଟି ଟିକାକୁ ସମ୍ମତି ମିଳେ ଏବଂ ଭାରତରେ ତାହାର ଉତ୍ପାଦନ ହୁଏ ତେବେ ତାହା ମଧ୍ୟ ବ୍ୟବହୃତ ହୋଇପାରେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ସିରମ୍ ଭାରତରେ ଅକ୍ସଫୋର୍ଡ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିସାରିଥିବା ବେଳେ ଅନ୍ୟ ଦୁଇ ସ୍ଥାନୀୟ ଟିକା- ଭାରତ ବାୟୋଟେକ୍ ଓ ଆଇସିଏମ୍ଆର୍ ମିଳିତ ଭାବେ ବିକଶିତ କରିଥିବା କୋଭାକ୍ସିନ୍ ଏବଂ ଜାଇଡସ୍ କାଡିଲାର ଜାଇକୋଭ୍ ଡି ସମ୍ପ୍ରତି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛନ୍ତି।
ଏହି ଦୁଇ କମ୍ପାନି ପାଞ୍ଚରୁ ଆଠଟି ସ୍ଥାନ ମଧ୍ୟରେ ପ୍ରାୟ ୧୦୦୦ରୁ ୧୧୦୦ ସ୍ବେଚ୍ଛାସେବୀ ସଂଗ୍ରହ କରିଥିବା ବେଳେ ସିରମ୍ ସମଗ୍ର ଦେଶରେ ବ୍ୟାପକ ପରୀକ୍ଷଣ କରାଇଛି। ଇଂଲଣ୍ଡରେ ଅକ୍ସଫୋର୍ଡ ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ସକାରାତ୍ମକ ଫଳ ମିଳିଥିବା ଜଣାଯାଇଛି।
from କରୋନା – Sambad https://ift.tt/2FzXEq1
0 Comments