ନୂଆଦିଲ୍ଲୀ: କେନ୍ଦ୍ରସରକାର ଆଜି ଅନ୍ଲକ୍-୪ ଗାଇଡଲାଇନ୍ ଜାରି କରିଛନ୍ତି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଅନ୍ଲକ୍-୩ର ସମୟ ସୀମା ଶେଷ ହେଉଥିବା ବେଳେ ଆଜି କେନ୍ଦ୍ର ଗୃହ ଗୃହମନ୍ତ୍ରାଳୟ ଅନ୍ଲକ୍-୪ର ଗାଇଡଲାଇନ୍ ଘୋଷଣା କରିଛନ୍ତି। କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଏହି ଅନଲକ-୪ ଗାଇଡଲାଇନ୍ ବଳବତ୍ତର ହେବନାହିଁ। କରୋନା ମହାମାରୀକୁ ନଜରରେ ରଖି ପୂର୍ବ ପରି କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ନିୟମାବଳି କାକଡି ଭାବେ ଜାରି ରହିବ। ଆସନ୍ତୁ ଜାଣିବା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ହୋଇଥିବା ଅନ୍ଲକ୍-୪ରେ କ’ଣ ସବୁ ବନ୍ଦ ଓ ଖୋଲା ରହିବ।

୧. ପୂର୍ବଭଳି ବାର, ଜିମ୍, ସିନେମା ହଲ ଓ ସୁମିଂପୁଲ ବନ୍ଦ ରହିବ କିନ୍ତୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବ।
୨. ସେପ୍ଟେମ୍ବର ୨୧ରୁ ମନୋରଞ୍ଜନ, ରାଜନୈତିକ, କ୍ରୀଡା, ସାଂସ୍କୃତିକ ଓ ଧର୍ମୀୟ ଭଳି ସାଧାରଣ ସମାବେଶକୁ ଅନୁମତି ଦିଆଯାଇଛି। ତେବେ ଏଭଳି ସମାବେଶରେ ୧୦୦ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।
୪. ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଟ୍ରେନ୍ ଚାଲିବ। ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଏସ୍ଓପି ଜାରି ହେବ।
୫. ସେପ୍ଟେମ୍ବର ୩୦ ଯାଏଁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
୬. ଶିକ୍ଷକଙ୍କ ଠାରୁ ପାଠ ବୁଝିବା ପାଇଁ ସ୍କୁଲ ଯାଇପାରିବେ ନବମ ଓ ଦ୍ୱାଦଶ ଛାତ୍ରଛାତ୍ରୀ। ତେବେ ସ୍କୁଲ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଦରକାର।
୭. ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବେ।
୮. ପୂର୍ବଭଳି ଅନ୍ଲାଇନ୍ ପାଠପଢ଼ା ଜାରି ରହିବ।
୯. ଆଇଟିଆଇର ଓ ଅନ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଟ୍ରେନିଂ ଦେବା ପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।
from କରୋନା – Sambad https://ift.tt/2FZVRL5
0 Comments