
ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ହୃଦ୍ରୋଗ ବିଶେଷଜ୍ଞ ଡା. ଏସ୍ ପଦ୍ମାବତୀଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି। ୧୦୩ ବର୍ଷୀୟା ଡା. ପଦ୍ମାବତୀଙ୍କୁ ଗତ ୧୧ ଦିନ ପୂର୍ବେ ଏନ୍ଏଚ୍ଆଇ (ନ୍ୟାସନାଲ୍ ହାର୍ଟ୍ ଇନଷ୍ଟିଚ୍ୟୁଟ୍) ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା। କରୋନା ଯୋଗୁଁ ତାଙ୍କର ଦୁଇଟି ଯାକ ଫୁସ୍ଫୁସ୍ରେ ଗୁରୁତର ସଂକ୍ରମଣ ହୋଇଥିଲା। ଫଳରେ ଗତ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏହି କିମ୍ବଦନ୍ତୀ ହୃଦ୍ରୋଗ ବିଶେଷଜ୍ଞ ଡା. ପଦ୍ମାବତୀ ଅତି ସକ୍ରିୟ ଏବଂ ସ୍ବାସ୍ଥ୍ୟପ୍ରଦ ଜୀବନ ଅତିବାହିତ କରିଥିଲେ। ୨୦୧୫ ପର୍ଯ୍ୟନ୍ତ ସେ ଏନ୍ଏଚ୍ଆଇରେ ସପ୍ତାହକୁ ୫ ଦିନ ଦୈନିକ ୧୨ ଘଣ୍ଟା କାମ କରୁଥିଲେ। ୧୯୮୧ରେ ଏନ୍ଏଚ୍ଆଇ ଡା. ପଦ୍ମାବତୀଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା। ଡା.ପଦ୍ମାବତୀ ୧୯୬୭ରେ ପଦ୍ମଭୂଷଣ ଏବଂ ୧୯୯୨ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
from କରୋନା – Sambad https://ift.tt/2ELYik6
0 Comments