
ନୂଆଦିଲ୍ଲୀ: ଅନ୍ଲକ୍ ୪.୦ ଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଆଜି ଜାରି କରିଥିବା ନୂଆ ଗାଇଡ୍ଲାଇନ୍ ଅନୁସାରେ, ଲୋକମାନଙ୍କର ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କଟକଣା ରହିବ ନାହିଁ। ମାଲପତ୍ର ପରିବହନ ନିମନ୍ତେ ମଧ୍ୟ କୌଣସି କଟକଣା ରହିବ ନାହିଁ। ଏଥିପାଇଁ ପୃଥକ୍ ଅନୁମତି/ଅନୁମୋଦନ/ଇ-ପର୍ମିଟ୍ ଆବଶ୍ୟକ ହେବନାହିଁ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ପରାମର୍ଶ କରି କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ଏହି ଗାଇଡ୍ଲାଇନ୍ ଅନୁସାରେ, ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ। ଏଥିନିମନ୍ତେ କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜ୍ୟୁଓର ଜାରି କରିବ।
କିନ୍ତୁ, କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟଙ୍କ ଅନୁମତି ବିନା କୌଣସି ବିମାନ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ପରିବହନ କରି ପାରିବ ନାହିଁ।
from କରୋନା – Sambad https://ift.tt/32BHxA3
0 Comments