
ବାଲିଅନ୍ତା : ପ୍ରତାପଶାସନ ପଞ୍ଚାୟତ ପରେ ଉମାଦେଇ ବ୍ରହ୍ମପୁର ପଞ୍ଚାୟତରେ ମହାମାରୀ କରୋନା ଜଣଙ୍କ ପ୍ରାଣ ନେଇଛି। ପ୍ରତାପଶାସନରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଉମାଦେଇ ବ୍ରହ୍ମପୁରରେ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ ବାଲିଅନ୍ତା ବ୍ଲକରେ କରୋନା ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଟଙ୍କପାଣି ଅଞ୍ଚଳର କରୋନା ମୃତକ ଜଣେ ୬୫ବର୍ଷ ବୟସ୍କ ବୃଦ୍ଧ। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ ବିରୋଧ ପାଇଁ ମୃତଦେହକୁ ଗାଁ ଶ୍ମଶାନରେ ସତ୍କାର କରିବା ସମ୍ଭବ ନ ହେବାରୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ସହାୟତାରେ ସତ୍ୟନଗର ଶ୍ମଶାନରେ କରାଯାଇଛି।
ସୂଚନା ମୁତାକ, ଉକ୍ତ ବ୍ୟକ୍ତିଜଣକ ଥଣ୍ଡା ଜ୍ବରରେ କିଛି ଦିନ ଧରି ପୀଡ଼ିତ ଥିଲେ। ଗତ ବୁଧବାର ଦିନ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ସ୍ବାବ୍ ପରୀକ୍ଷା କରିବା ପରେ ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା। ତେବେ ସେହିଦିନ ସଂଧ୍ୟାରେ ପରିବାର ଲୋକ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ମୃତଦେହକୁ ଗ୍ରାମକୁ ଆଣିବା ପାଇଁ ଚେଷ୍ଟା କରୁଥିବା ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି ପରିସ୍ଥିତିରେ ବି ଶବ ଗାଁକୁ ଆସିବାକୁ ଦିଆଯିବ ନାହିଁ ବୋଲି ଲୋକ ଅଡ଼ି ବସିଥିଲେ। ଖବର ପାଇ ମେଡିକାଲ ଟିମ୍ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା। ଭୁବନେଶ୍ବର ହସ୍ପିଟାଲରେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାରୁ ବିଏମ୍ସି ସହଯୋଗରେ ଶବକୁ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଥିଲା।
from କରୋନା – Sambad https://ift.tt/2EB318n
0 Comments