ନୂଆଦିଲ୍ଲୀ: ପ୍ରତି ଚାରିଜଣ ଭାରତୀୟଙ୍କ ମଧ୍ୟରୁ ଜଣକ ଦେହରେ ଅଭିନବ କରୋନାଭାଇରସ୍ ବିରୋଧରେ ଲଢ଼ିବାକୁ ଆଣ୍ଟିବଡ଼ି ଥିବାର ସମ୍ଭାବନା ରହିଛି ବୋଲି କୋଭିଡ୍‌-୧୯ ପରୀକ୍ଷା କରୁଥିବା ଜାତୀୟସ୍ତରୀୟ ଘରୋଇ ଲାବ୍ରଟରି ‘ଥାଇରୋକେୟାର୍‌’ କହିଛି।

କେତେକ ପୌର ନିଗମ ଏବଂ ଦେଶର କେତେକ ସର୍ବୋତ୍ତମ ଗବେଷଣା ସଙ୍ଗଠନ ସହରସ୍ତରରେ କରିଥିବା ଏହି ସର୍ବେକ୍ଷଣ ଖୁବ୍ ଉତ୍ସାହପ୍ରଦ। କେତେକ ନିର୍ଦ୍ଦିଷ୍ଟ ପକେଟ୍‌ରେ ୫୦% ସିରୋ-ପଜିଟିଭ୍ ଥିବା କଥା ସୋମବାର ଦିନ ପୁଣେ ରିପୋର୍ଟ କରିଥିବା ବେଳେ ବସ୍ତି ଅଞ୍ଚଳରେ ୫୭% ପଜିଟିଭିଟି ଥିବା କଥା ମୁମ୍ବାଇ ରିପୋର୍ଟ କରିଛି। ଦିଲ୍ଲୀର ପ୍ରଥମ ସର୍ଭେ ୨୩% ସ‌ିରୋ-ପଜିଟିଭ୍ ଦର୍ଶାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଦ୍ବିତୀୟ ସର୍ଭେ ରିପୋଟର୍ ପ୍ରକାଶପାଇବ।

Image Courtesy of TOI

ଜଣେ ବ୍ୟକ୍ତିବିଶେଷଙ୍କ ଶରୀରରେ ଆଣ୍ଟିବଡ଼ି ରହିବା ଅର୍ଥ କୋଭିଡ୍-୧୯ରୁ ସୁରକ୍ଷା ପାଇବା ନିମନ୍ତେ ତାଙ୍କର ପ୍ରତିରୋଧକ ଶକ୍ତି ରହିଛି। କିନ୍ତୁ, ଏହି ରୋଗପ୍ରତିରୋଧକ ଶକ୍ତି ସ୍ବଳ୍ପସ୍ଥାୟୀ କି, ଦୀର୍ଘସ୍ଥାୟୀ ତାହା ଗବେଷକମାନେ ଜାଣିପାରି ନାହାନ୍ତି। ଏହି ପ୍ରକାରେ ଗୋଟିଏ ଗୋଟିଏ ଗୋଷ୍ଠୀରେ ଅନେକଙ୍କ ଶରୀରରେ ଆଣ୍ଟିବଡି ଆସିଗଲେ ଅଭିନବ କରୋନାଭାଇରସ୍ ବିପକ୍ଷରେ ‌‘ହର୍ଡ ଇମ୍ୟୁନିଟି’ ଆସିଯିବ। କିନ୍ତୁ, ସମୁଦାୟ ଜନସଂଖ୍ୟାର ୬୦-୭୦% ଙ୍କ ଦେହରେ ଆଣ୍ଟିବଡି ଆସିଲେ ଯାଇ ଭାରତରେ ‘ହର୍ଡ ଇମ୍ୟୁନିଟି’ ହୋଇପାରିବ। ଏହି ହିସାବରେ କେତେକ ବିଶେଷଜ୍ଞ ବିଶ୍ବାସ କରୁଛନ୍ତି କି, ଭାରତର କେତେକ ଅଞ୍ଚଳ, ଉପନଗର କିଂବା ସହର ‘ହର୍ଡ ଇମ୍ୟୁନିଟି’ ଅବସ୍ଥାକୁ ଆସିଗଲେଣି।

 

 



from କରୋନା – Sambad https://ift.tt/2CE4p99