
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ୬୪,୯୩୫ଜଣ ଆକ୍ରାନ୍ତଙ୍କୁ ମିଶାଇ ରବିବାର ସୁଦ୍ଧା ଭାରତରେ କୋଭିଡ୍-୧୯ ସୁସ୍ଥତା ସଂଖ୍ୟା ୨୭ ଲକ୍ଷ ଟପିଯାଇଛି। ଏଥିସହ ଦେଶର ସୁସ୍ଥତା ହାର ମଧ୍ୟ ୭୬.୬୧%କୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି, ସମଗ୍ର ଦେଶରେ ବ୍ୟାପକ ପରୀକ୍ଷଣ ନିମନ୍ତେ କେନ୍ଦ୍ର ପରିକଳ୍ପିତ ଓ ପ୍ରଦର୍ଶୀତ ନୀତି, ଉପଯୁକ୍ତ ସମୟରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କ ସର୍ବେକ୍ଷଣ ଜରିଆରେ ବ୍ୟାପକ ଚିହ୍ନଟ, ସମ୍ପ୍ରସାରିତ ଡାକ୍ତରୀ ଚିକିତ୍ସା ଭିତ୍ତିଭୂମି ଯୋଗୁଁ ୨୭, ୧୩, ୯୩୩ ରୋଗୀଙ୍କୁ ସୁସ୍ଥ କରାଇବା ସମ୍ଭବ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ କି, ସକ୍ରିୟ କୋଭିଡ୍-୧୯ ମାମଲା ଠାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩. ୫ଗୁଣରୁ ଅଧିକ।
ଏହାବ୍ୟତିରେକେ, ପ୍ରଥମ ଥର ଲାଗି ଗୋଟିଏ ଦିନରେ ୧୦.୫ ଲକ୍ଷ କରୋନାଭାଇରସ୍ ପରୀକ୍ଷା କରି ଭାରତ ରେକର୍ଡ କରିଛି। ଭାରତର ବିଭିନ୍ନ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୫୫, ୦୨୭ କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା। ଏହାକୁ ମିଶାଇ ଭାରତର ସମୁଦାୟ କୋଭିଡ୍-୧୯ ପରୀକ୍ଷା ସଂଖ୍ୟା ୪, ୧୪, ୬୧, ୬୩୬ରେ ପହଞ୍ଚିଛି। ସେହିପରି ଟେଷ୍ଟ୍ ପର୍ ମିଲିୟନ୍ ମଧ୍ୟ ଆଜି ୨୦, ୦୪୪ରେ ପହଞ୍ଚିଥିବା କଥା ମନ୍ତ୍ରାଳୟ କହିଛି।
ରିପୋର୍ଟ ଅନୁସାରେ, ସମ୍ପ୍ରତି ଦେଶରେ ୧୦୦୩ଟି ସରକାରୀ ଓ ୫୮୦ଟି ବେସରକାରୀ ଲ୍ୟାବ୍ କୋଭିଡ୍-୧୯ ନମୁନା ପରୀକ୍ଷା କରୁଛନ୍ତି।
ଇତିମଧ୍ୟରେ ଭାରତରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଯାଇଛି।
from କରୋନା – Sambad https://ift.tt/3baMPXb
0 Comments