
ଭୁବନେଶ୍ୱର : ପ୍ରଥମଥର ଲାଗି ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୫ଶହ ସଂଖ୍ୟା ଅତିକ୍ରମ କରିଛି। ଖୋର୍ଧା ଜିଲ୍ଲାରୁ ଗତ ୨୪ଘଣ୍ଟାରେ ୫୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ଦୈନିକ ସଂକ୍ରମଣରେ ଜିଲ୍ଲାରେ ରେକର୍ଡ ହୋଇନାହିଁ, ଗଞ୍ଜାମ ପରେ ଦ୍ବିତୀୟ ଜିଲ୍ଲା ଭାବେ ଖୋର୍ଧା ୧୦ହଜାର ସଂଖ୍ୟାକୁ ଅତିକ୍ରମ କରିଛି। ଖୋର୍ଧାରେ ଏବେ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଖୋର୍ଧା ସମେତ ୪ ଜିଲ୍ଲାରେ ପଜିଟିଭ୍ ହାର ସପ୍ତାହ ଭିତରେ କମାଇବା ଲାଗି ନିର୍ଦେଶ ଦେଇଛନ୍ତି। ହେଲେ ଖୋର୍ଧାରେ ଏବେ ଗଞ୍ଜାମ ଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ଏପରିକି ଲଗାତାର ଦ୍ବିତୀୟ ଦିନ ଲାଗି ଭୁବନେଶ୍ବରରେ ୩ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ଖୋର୍ଧା ଜିଲ୍ଲାରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା ଜଳ ଜଳ ହୋଇ ଦିଶିଲାଣି।
ଅନ୍ୟପଟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ କହୁଛି ଯେ କୋଭି଼ଡ୍ ପଜିଟିଭ୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ପ୍ରଥମ ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଦୈନିକ ପାଖାପାଖି ୫୦ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଯଥେଷ୍ଟ କମ୍ ସଂଖ୍ୟକ ଲୋକଙ୍କ ପାଖରେ କରୋନା ପଜିଟିଭ୍ ଚିହ୍ନଟ କରାଯାଉଛି। ଜାତୀୟ ହାର ଏ କ୍ଷେତ୍ରରେ ୮.୬୯% ଥିବା ବେଳେ ଓଡ଼ିଶା ୬% ରହିଛି। ଅର୍ଥାତ୍ ଜାତୀୟସ୍ତରରେ ପ୍ରତି ଶହେ ଜଣରେ ୮.୬୯ ଜଣ ସଂକ୍ରମିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୬ ରହିଛି। ତାମିଲନାଡ଼ୁ (୮.୨୦%), କେରଳ (୭.୮୦%), ବିହାର (୭.୧୦%), ଆସାମ (୬.୫ ୦%)ଓ ଗୁଜୁରାଟ (୬.୪୦%)ଠାରୁ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି। ଓଡ଼ିଶା ଉପରେ ଉତ୍ତରପ୍ରଦେଶ (୪.୬୦%) , ମଧ୍ୟପ୍ରଦେଶ (୪.୬୦%), ପଞ୍ଜାବ (୪.୧୦%), ରାଜସ୍ଥାନ (୪.୦୦%) ପ୍ରମୁଖ ଅଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩ହଜାର ୪୭୮ କୋଭିଡ୍ ନମୁନା ପରୀକ୍ଷା କରାଯାଇଛି। ଏଥିରେ ୪୭,୫୧୨ ରାପିଡ୍ ଆଣ୍ଟିଜେନ୍, ୫୮୪୯ ଆରଟି-ପିସିଆର ଓ ଟ୍ରୁନାଟ୍ରେ ୧୧୭ଜଣଙ୍କ ପରୀକ୍ଷା ହୋଇଛି। ଏହାସହ ରାଜ୍ୟରେ ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୧୧ଲକ୍ଷ ୧୫ ହଜାର ୯୪୭ରେ ପହଞ୍ଚିଛି। ଦିନକରେ ଆଜି ରାଜ୍ୟରେ ୨୮୯୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ୫୨୪କୁ ବାଦ୍ ଦେଲେ ଗଞ୍ଜାମ ୨୨୬, ନୟାଗଡ଼ ୨୩୨, କଟକ ୨୪୧, ବଲାଙ୍ଗୀର ୧୭୩, ବାଲେଶ୍ବର ୧୪୦, କୋରାପୁଟ ୧୩୨, ଭଦ୍ରକ ୧୦୭, ରାୟଗଡ଼ା ୧୦୫, ପୁରୀ ୧୦୪, ସୁନ୍ଦରଗଡ଼ ୧୦୧, ଜଗତସିଂହପୁର ୮୪, ସମ୍ବଲପୁର ୭୭, କଳାହାଣ୍ଡି ୭୬, ଯାଜପୁର ୬୯, କନ୍ଧମାଳ ୬୩, କେନ୍ଦ୍ରାପଡ଼ା ୫୭, ମାଲକାନଗିରି ୫୬, ମୟୂରଭଞ୍ଜ ଓ ଗଜପତି ୫୩ ଲେଖାଏଁ, ଝାରସୁଗୁଡ଼ା ୪୯, ଢେଙ୍କାନାଳ ୪୪, ନବରଙ୍ଗପୁର ୩୭, କେନ୍ଦୁଝର ୩୫, ସୋନପୁର ୨୩, ଅନୁଗୁଳ ୧୬, ବରଗଡ଼ ୯, ନୂଆପଡ଼ା ୮, ଦେବଗଡ଼ ୩ ଓ ବୌଦ୍ଧରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୭୯୨ଜଣ ସଙ୍ଗରୋଧରୁ ଓ ୧୧୦୬ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି।

ଗଞ୍ଜାମରେ ସର୍ବାଧିକ ୧୫୭୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧା ୧୦୩୭୦, କଟକ ୪୭୧୦, ସୁନ୍ଦରଗଡ଼ ୩୫୭୮, ରାୟଗଡ଼ା ୨୬୬୨, ବାଲେଶ୍ବର ୨୫୩୮, ଗଜପତି ୨୪୮୮, ଯାଜପୁର ୨୩୭୯, ପୁରୀ ୨୨୩୯, କୋରାପୁଟ ୨୨୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୧ଟି ଜିଲ୍ଲାରେ ହଜାରରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ସର୍ବାଧିକ ସକ୍ରିୟ ରୋଗୀ ଖୋର୍ଧାରେ ଅଛନ୍ତି।
ଗତ ୨୪ଘଣ୍ଟାରେ ୨୮୯୮ ରୋଗୀ ଚିହ୍ନଟ ହେବା ଘଟଣା ଚଳିତମାସରେ ଦ୍ବିତୀୟ ସର୍ବାଧିକ। ଉଲ୍ଲେଖନୀୟ ବିଷୟ ହେଉଛି ଏଥିରେ ୧୧ଟି ଜିଲ୍ଲାରୁ ଶହେରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୧୫ତାରିଖରେ ରାଜ୍ୟରେ ଗୋଟିଏ ଦିନରେ ୨୯୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ପାର୍ କରିଛି। ଗତ ୧୫ତାରିଖରେ ରାଜ୍ୟରେ କରୋନା ସଂଖ୍ୟା ୬୦ହଜାର ପାର୍ କରିଥିଲା। ଆଜି ରାଜ୍ୟରେ ୮ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିରେ ଗଞ୍ଜାମର ୪ଜଣ ଥିବା ବେଳେ ଭୁବନେଶ୍ବର, କଟକ, ଢେଙ୍କାନାଳ ଓ ପୁରୀରୁ ଜଣେ ଲେଖାଏଁ ମୃତକ ରହିଛନ୍ତି।
ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୬୬ରେ ପହଞ୍ଚିଛି। ଏହାସହ ଖୋର୍ଧା ୫୨, ସୁନ୍ଦରଗଡ଼ ୨୪, କଟକ ୧୯, ରାୟଗଡ଼ା ୧୭, ଗଜପତି ୧୬, ପୁରୀରେ ୧୦ଜଣ ମୃତକଙ୍କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଏହା କମ୍ ରହିଛି।
ଆଜି ୧୬୪୧ ରୋଗୀ ସୁସ୍ଥ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୦୧୦ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୩୬୫ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୩୫୭, ସୁନ୍ଦରଗଡ଼ ୯୧, ଯାଜପୁର ୮୬, ଗଜପତି ୬୫, କଟକ ୬୩, ମୟୂରଭଞ୍ଜ ୬୦, କନ୍ଧମାଳ ୫୦, ରାୟଗଡ଼ା ୪୨, ନୟାଗଡ଼ ୪୧, ମାଲକାନାଗିରି ୩୯, ବଲାଙ୍ଗୀର ୩୫, ଢେଙ୍କାନାଳ ଓ ଜଗତସିଂହପୁର ୩୩ ଲେଖାଏଁ, ବାଲେଶ୍ବର ୩୧, କେନ୍ଦୁଝର ୨୯, ବରଗଡ଼ ୨୫, ଭଦ୍ରକ ୨୪, ଝାରସୁଗୁଡ଼ା ଓ ପୁରୀରୁ ୨୧ ଲେଖାଏଁ, ସମ୍ବଲପୁର ୨୦, କଳାହାଣ୍ଡି ୧୬, ନବରଙ୍ଗପୁର ୧୧, ଦେବଗଡ଼ ୨ ଓ ଅନୁଗୁଳ, ବୌଦ୍ଧରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪୮୫୭୬ରେ ପହଞ୍ଚିଛି। ଏହାସହିତ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୦ ହଜାର ପାର୍ କରିଛି।
from କରୋନା – Sambad https://ift.tt/3gfWc8U
0 Comments