
ଭୁବନେଶ୍ୱର : କୋଭିଡ୍ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଗ୍ୟାରେଜ୍ ଛକର ସନ ଶତପଥୀ(୩୨)। ପୁଲିସ ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ପ୍ରଭାତ ମହାନ୍ତି ଓ ସନ ଶତପଥୀ ଏକ ବାଇକ୍ରେ ଯାଉଥିଲେ। ମୁଣ୍ଡରେ ହେଲମେଟ୍ ନଥିଲା କି ମୁହଁରେ ମାସ୍କ ନଥିଲା। ତେଣୁ ପୁଲିସ ସେମାନଙ୍କୁ ଗ୍ୟାରେଜ୍ ଛକ ନିକଟରେ ଅଟାକାଇଥିଲା। କୋଭିଡ୍ କଟକଣାକୁ ବେଖାତିର କରିଥିବାରୁ ପୁଲିସ ସେମାନଙ୍କୁ ଜରିମାନା କରିଥିଲା। କିନ୍ତୁ ସେମାନେ ଜରିମାନା ଦେବା ବଦଳରେ ପାଲଟା ପୁଲିସକୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ଏଏସ୍ଆଇ ଜ୍ୟୋତ୍ସ୍ନାମୟୀ ବରାଳ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୂର୍ବରୁ ପୁଲିସ ପ୍ରଭାତ ମହାନ୍ତିଙ୍କୁ ଗିରଫ କରିଥିବା ବେଳେ ଆଜି ସନଙ୍କୁ କୋର୍ଟ ଚାଲାଣ କରାଯାଇଛି।
from କରୋନା – Sambad https://ift.tt/2Fs4ca8
0 Comments