ଭୁବନେଶ୍ବର: ଆଜି ରାଜ୍ୟରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଓଡ଼ିଶାରେ ୨୪୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୯୧ ଓ ସ୍ଥାନୀୟ ଅଞ୍ଚଳରୁ ୯୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୩୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବାଲେଶ୍ୱର ଜିଲ୍ଲାରେ ୧୬୫, ବୌଦ୍ଧ ଜିଲ୍ଲାରେ ୧୧୫, କଟକ ଜିଲ୍ଲାରେ ୧୨୮, କୋରାପୁଟ ଜିଲ୍ଲାରେ ୧୩୩, ରାୟଗଡ଼ା ଜିଲ୍ଲାରେ ୧୪୬, ସୁନ୍ଦରଗଡ଼ ଜିଲ୍ଲାରେ ୧୫୬, ଭଦ୍ରକ ଜିଲ୍ଲାରେ ୧୦୨, ଗଜପତିରେ ୬୮, ଯାଜପୁରରେ ୧୧, ଜଗତସିଂହପୁର ଜିଲ୍ଲାରେ ୧୪, ପୁରୀରେ ୯୩, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୩, ସୁନ୍ଦରଗଡ଼ରେ ୧୫୬, ବଲାଙ୍ଗୀରରେ ୯୨, କନ୍ଧମାଳରେ ୯୮, ମୟୂରଭଞ୍ଜରେ ୨୩, ନୟାଗଡ଼ରେ ୪, କେନ୍ଦୁଝରରେ ୫୧, ନୂଆପଡ଼ାରେ ୧୬, ଝାରସୁଗୁଡ଼ାରେ ୧୯, ଢେଙ୍କାନାଳରେ ୬୯, କଳାହାଣ୍ଡିରେ ୪୨, ବରଗଡ଼ ଜିଲ୍ଲାରେ ୧୦୨, ଅନୁଗୁଳରେ ୧୨, ମାଲକାନଗିରିରେ ୭୩, ସମ୍ବଲପୁରରେ ୮୧, ସୋନପୁର ଜିଲ୍ଲାରେ ୨୦ ଓ ନବରଙ୍ଗପୁର ଜିଲ୍ଲାରେ ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୯,୨୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୫୩୫ ରହିଛି।



from କରୋନା – Sambad https://ift.tt/2CtijuK