ଭୁବନେଶ୍ୱର: ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୨୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୮୨୬ରେ ପହଂଚିଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୩୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୨୮୧ ଜଣ, ଗଂଜାମ ଜିଲ୍ଲାରୁ ୨୦୪ ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪୯ ଜଣ, ନୟାଗଡ଼ ଜିଲ୍ଲାରୁ ୧୩୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୨ ଜଣ, ମୟୂରଭଂଜ ଜିଲ୍ଲାରୁ ୧୦୭ ଜଣ ଓ ପୁରୀ ଜିଲ୍ଲାରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
recovered and are being discharged on 28.08.2020
369 from Khordha
281 from Cuttack
204 from Ganjam
180 from Rayagada
149 from Sambalpur
135 from Nayagarh
132 from Baleswar
107 from Mayurbhanj
102 from Puri
95 from Koraput
71 from Jharsuguda
70 from Bargarh
70 from Bhadrak— H & FW Dept Odisha (@HFWOdisha) August 28, 2020
ସେହିପରି କୋରାପୁଟ ଜିଲ୍ଲାରୁ ୯୫ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୧ ଜଣ, ଭଦ୍ରକ , ବରଗଡ଼, ବୌଦ୍ଧ ଜିଲ୍ଲାରୁ ୭୦ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୬୭ ଜଣ, କନ୍ଧମାଳ ଜିଲ୍ଲାରୁ ୫୨ ଜଣ, ଗଜପତି ଜିଲ୍ଲାରୁ ୪୮ ଜଣ, ନବରଂଗପୁର ଜିଲ୍ଲାରୁ ୪୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୬ ଜଣ, ଯାଜପୁର ଜିଲ୍ଲାରୁ ୩୩ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୨୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୯ ଜଣ, ଜଗତସିଂହପୁର, ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୭ ଜଣ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଆକାନ୍ତ ସୁସ୍ଥ ହୋଇଛନ୍ତି।
1 from Deogarh
The total recovered cases of Odisha now stand at 67826
— H & FW Dept Odisha (@HFWOdisha) August 28, 2020
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୬ ଲକ୍ଷ ୧୨ ହଜାର ୯୭ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୯୪ ହଜାର ୬୬୮ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୬୫ ହଜାର ୩୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୫୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୪ ହଜାର ୬୫୯ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
from କରୋନା – Sambad https://ift.tt/2QuBckm
0 Comments